ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସରକାର ସମାଧାନର ବାଟ କାଢିବାକୁ ଉଦ୍ୟମ କରୁଛନ୍ତି । ବାୟୁସେନାରେ ସାମିଲ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ ସଂପର୍କରେ ସୂଚନା ଦିଆଯାଇଛି । ବାୟୁସେନାରେ ଅଗ୍ନିବୀରଙ୍କ ଆରମ୍ଭରୁ 30 ହଜାର ଟଙ୍କା ଦରମା ମିଳିବ । 30 ହଜାର ଟଙ୍କାରୁ 21 ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଯିବ ଏବଂ 9 ହଜାର ଟଙ୍କା ପ୍ରୋଭିଡେଣ୍ଟ ଫଣ୍ଡକୁ ଯିବ । ଚାରିବର୍ଷ ପରେ ଅବସର ନେବା ବେଳକୁ ଦରମା ବୃଦ୍ଧି ପାଇଁ 40 ହଜାର ଟଙ୍କା ହେବ । ଅବସର ସମୟରେ ଅଗ୍ନିବୀରଙ୍କୁ 10.04 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଚାକିରୀ ସମୟରେ ପ୍ରାଣ ହରାଇଲେ ପରିବାର 1 କୋଟି ଟଙ୍କା ଏବଂ ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ 44 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here