ଏସିଆ କ୍ରୀଡାରେ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତି ଦେଶ ପାଇଁ ପୁଣି ଗୌରବ ଆଣିଛନ୍ତି ଦୂତି ଚାନ୍ଦ । ପୂର୍ବରୁ ସେ ୧୦୦ ମିଟର ଦୌଡରେ ରୌପ୍ୟ ଜିତିଥିଲେ । ଦୌଡରେ ୨୩.୨ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ ଏହି ପଦକ ହାସଲ କରିଛନ୍ତି । ଆଜି ଭାରତର ଜାତୀୟ କ୍ରୀଡା ଦିବସ ହୋଇଥିବାବେଳେ ଦୂତିଙ୍କ ରୌପ୍ୟ ହାସଲ ଦେଶପାଇଁ ଗୌରବ ଆଣିଦେଇଛି । ଏସିଆନ ଖେଳରେ ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଦୂତି । ଏହି ସଫଳତା ନେଇ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here