ଶୁଣିଲେ ତ । ନିଜେ ଗାଈ ରଖନ୍ତି , ଗାଇର ସମସ୍ତ ସେବାଯତ୍ନ ମଧ୍ୟ ନିଅନ୍ତି କିନ୍ତୁ କ୍ଷୀର ଛୁଇଁବା କିମ୍ବା କ୍ଷୀର ପିଇବା ଏମାନଙ୍କ ପାଇଁ ମନା । ସ୍ୱାଭିମାନ ଅଞ୍ଚଳରେ କ୍ଷୀରକୁ ନେଇ ଏମିତି ଅଜବ ପ୍ରଥା ଏବଂ ପରମ୍ପରା । ପୁରୁଷ ପୁରୁଷ ଧରି ଏମାନେ କ୍ଷୀର ପିଅନ୍ତିନି କି କ୍ଷୀରର ବ୍ୟବହାର ସମ୍ପର୍କରେ ଜାଣନ୍ତିନି । ଚାରଣ ଭୁଇଁରେ ଚରୁଥିବା ଏସବୁ ମାଳ ମାଳ ଗାଈ , ଛେଳି, ମଇଁଶି ଗୃହପାଳିତ । କିନ୍ତୁ ଏମାନଙ୍କ କ୍ଷୀରକୁ ଜମା ହାତ ମାରନ୍ତିନି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । କେବଳ ପୂଜା ପର୍ବ ବ୍ୟତୀତ ଅନ୍ୟ କୌଣସି କାମରେ କ୍ଷୀରକୁ ବ୍ୟବହାର କରନ୍ତି ନାହିଁ ଏଠାକାର ୭ଟି ପଞ୍ଚାୟତବାସି । ତେବେ କ୍ଷୀର ନ ପିଇବା ପଛରେ କଣ କାରଣ ରହିଛି ପଚାରିବାରୁ କ୍ଷୀର ପୂଜାରେ ବ୍ୟବହୃତ ହେଉଛି , ଏହାକୁ ପିଇବା କଥା ନୁହେ ବୋଲି ଏମାନେ ମତ ରଖିଛନ୍ତି । କ୍ଷୀରକୁ ନେଇ ସ୍ୱାଭିମାନ ଅଞ୍ଚଳ ବାସିନ୍ଦାଙ୍କ ଏଭଳି ଧାରଣା କାହିଁକି । ତେବେ ସ୍ଥାନୀୟ ଅଞ୍ଚଳରେ ପୂର୍ବ ପୁରୁଷରୁ ଚଳି ଆସିଥିବା ପ୍ରଥା ହେଉ କି ଅନ୍ଧବିଶ୍ୱାସ, ଦୁଗ୍ଧଜାତ ସାମଗ୍ରୀକୁ ସେମାନେ ଖାଦ୍ୟପେୟରେ ସାମିଲ କରିନାହାନ୍ତି । କ୍ଷୀର ଭଳି ପୁଷ୍ଟିକର ପାନୀୟକୁ ଲୋକେ ଖାଦ୍ୟପେୟରେ ସାମିଲ କରିବା ଦିଗରେ ସେମାନଙ୍କୁ କେହି ସଚେତନ ବି କରିନାହାନ୍ତି । ତେବେ ଲୋକଙ୍କୁ ସଚେତନ କରାଇବା ସହ କ୍ଷୀର ଉତ୍ପାଦନର କୌଶଳ ଏବଂ ବଜାର ବ୍ୟବସ୍ଥା ସୃଷ୍ଟି କରାଯାଇପାରିଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରନ୍ତେ । ଗୋପାଳନ କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ସରକାର । ମାତ୍ର ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ନେଇ ଏଯାଏଁ କେହି ସଚେତନ ନକରିବା ପ୍ରଶାସନିକ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ନୁହେଁ କି

LEAVE A REPLY

Please enter your comment!
Please enter your name here