ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ । ତିନୋଟି ଯାକ ମାମଲାରେ ସାରଥୀଙ୍କୁ ମିଳିଛି ଜାମିନ୍ । ସୋମବାର ତୃତୀୟ ତଥା ଶେଷ ମାମଲାରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏଥିସହ ପ୍ରାୟ ୪ ବର୍ଷ ପରେ ସାରଥି ଜେଲର ଚାରି କାନ୍ଥ ଭିତରୁ ମୁକୁଳିବା ସମ୍ଭାବନା ବଢିଯାଇଛି । ତୃତୀୟ ମାମଲା ଥିଲା କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ଦୁଇ ଅନ୍ତେବାସୀ ମା ଓ ଝିଅ ସାରଥୀଙ୍କ ନାଁରେ ଆଣିଥିବା ଅର୍ଥ ହଡପ ଓ ଦୁର୍ବବ୍ୟହାର ଅଭିଯୋଗ । ଏହି ମାମଲାର ବିଚାର କରି ହାଇକୋର୍ଟ ସାରଥୀଙ୍କୁ ଜାମିନ ଦେବା ସହ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ସତ । ୨୦୧୫ ଅଗଷ୍ଟ ୪ରେ ସାରଥୀଙ୍କ କେଳେଙ୍କାରୀର ପର୍ଦ୍ଦାଫାସ ହେବାପରେ ଅଗଷ୍ଟ ୭ରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସାରଥିଙ୍କ ବିରୋଧରେ ଦାୟର ହୋଇଥିଲା ତିନୋଟି ମାମଲା । ବାରମୂଳ ଆଶ୍ରମରେ ବିଶାଳ ସାମ୍ରାଜ୍ୟ ତିଆରି କରି ସାରଥି ଧର୍ମ ନାଁରେ ଲୋକଙ୍କ ଭାବନା ସହ ଖେଳୁଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆସିଥିଲା । ଏବେ ସାରଥି ଜାମିନ ପାଇବା ପରେ କଣ ରହିବ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ତା ଉପରେ ରହିଛି ନଜର ।

LEAVE A REPLY

Please enter your comment!
Please enter your name here