ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି ।
୫% ରୁ ୧୮% ପର୍ଯ୍ୟନ୍ତ ଜିଏସଟି ଲାଗୁ ହୋଇଥିବା ପ୍ୟାକେଟ୍ ଖାଦ୍ୟ, ୟୁଏଚଟି ମିଲ୍କ, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚପାତି ପରି ସାମଗ୍ରୀକୁ ଶୂନ୍ୟ ଜିଏସଟିରେ ଆଣାଯାଇପାରେ । ଏହାସହ, ୧୮% ଜିଏସଟି ଲାଗୁଥିବା ପରାଠା ଉପରେ ମଧ୍ୟ ଜିଏଷ୍ଟି ଛାଡ କରାଯିବ।
ଶିକ୍ଷାକ୍ଷେତ୍ର ସମ୍ବନ୍ଧୀୟ ସାମଗ୍ରୀ ଉପରୁ ଜିଏସଟି ହଟିପାରେ । ମ୍ୟାପ୍, ଆଟଲାସ୍, ହାଇଡ୍ରୋଗ୍ରାଫିକ୍ ଚାର୍ଟ, କାନୁମ୍ୟାପ୍, ଗ୍ଲୋବ୍, ପେନସିଲ, ପ୍ରିଣ୍ଟେଡ୍ ଚାର୍ଟ ଏବଂ ନୋଟବୁକ ପରି ଉପକରଣଗୁଡ଼ିକୁ GST-ମୁକ୍ତ କରିବା ପ୍ରସ୍ତାବ ରହିଛି । ବର୍ତ୍ତମାନ ଏହି ସାମଗ୍ରୀ ଉପରେ 12% GST ଲାଗୁଛି । ଏହାଦ୍ବାରା ଗରିବ ଓ ମଧ୍ୟବିତ୍ତଙ୍କ ଉପରୁ ଟାସ୍କ ଭାର କମିବ । ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି ।














