ନୂଆବର୍ଷର ପ୍ରଥମ ମନ କି ବାତ୍ । ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି । ତ୍ରିରଙ୍ଗାର ଅପମାନକୁ ସମଗ୍ର ଦେଶ ଦେଖିଲା । ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି । ସେହିପରି କରୋନା ବିପକ୍ଷରେ ଭାରତର ଲଢେଇ ଉତ୍ସାହଜନକ ବୋଲି ମୋଦି କହିଛନ୍ତି । କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି । ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ।
ଅନ୍ୟପଟେ ମୋଦି ରାଉରକେଲାର ଛାତ୍ରୀ ଭାଗ୍ୟଶ୍ରୀଙ୍କୁ ମନ କି ବାତ୍ ରେ ପ୍ରଶଂସା କରିଛନ୍ତି । ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ରର ପେଣ୍ଟିଂ କରିଥାନ୍ତି ଭାଗ୍ୟଶ୍ରୀ । ଏହାଦ୍ୱାରା ଦେଶର କଳା ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଯାହା ଆଜିର ବିଶ୍ବ ଅଧିକ ଗୁରୁତ୍ବ ଦେଉଛି । ତୁଳି ଧରି ପଟ୍ଟଚିତ୍ର କରିବା ପାଇଁ ଭାଗ୍ୟଶ୍ରୀଙ୍କ ପାଖରେ କେହି ଗୁରୁ ନଥିଲେ ।
ଛୋଟ ବେଳୁ ନିଶା ଥିଲା ଜଗନ୍ନାଥଙ୍କ ପ୍ରତିଛବି ଆଙ୍କିବା। କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ଥିଲା ସମୟର ଅଭାବ। ମହାମାରୀ କୋରୋନା ଆଣିଲା ଲକଡାଉନ । ଯାହା ଦ୍ୱାରା ସେ ଢେଙ୍କାନାଳରୁ ସଂଗ୍ରହ କରି ଆଣିଥିବା ପଥର, କାଚ ବୋଟଲ, ଫ୍ୟୁଜ ବଲ, ମାଳିରେ ଅତି ନିଖୁଣ ଭାବରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡ଼ିଆରେ ଏବେ ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ରାଉରକେଲା ସେକ୍ଟର ୧୯ର ଭାଗ୍ୟଶ୍ରୀ ସାହୁ ଢେଙ୍କାନାଳରେ ଏମଟେକ ପାଠ ପଢୁଛନ୍ତି ।

LEAVE A REPLY

Please enter your comment!
Please enter your name here