ବିଜେଡି ନେତା ଅନୁପ ସାଏ ଗିରଫ । କାଲି ରାତିରେ ଅନୁପଙ୍କୁ ପୋଲିସ ଉଠାଇ ନେଇଥିଲା । ଏକ ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଗିରଫ କରିଛି ପୋଲିସ । ୨୦୧୬ରେ ମା ଓ ଝିଅଙ୍କ ହତ୍ୟା ମାମଲାରେ ଛତିଶଗଡ ଚକ୍ରଧରନଗର ଥାନା ପୋଲିସ ଗିରଫ କରିଛି । କାଲି ରାତିରେ ଅନୁପଙ୍କୁ ଉଠାଇ ନେଇଥିଲା ପୋଲିସ । ଡବଲ ମର୍ଡର ଅଭିଯୋଗରେ ପୋଲିସ ଅନୁପଙ୍କୁ ଗିରଫ କରିବା ପରେ ବିଜେଡି ଅନୁପ ସାଏଙ୍କୁ ଦଳରୁ ବହିଷ୍କାର କରିଛି । ବ୍ରଜରାଜନଗରରୁ ତିନିଥର କଂଗ୍ରେସ ଟିକଟରେ ଜିତି ବିଧାୟକ ହୋଇଥିବା ଅନୁପ 2014ରେ ବିଜେଡିରେ ମିଶିଥିଲେ । ବିଧାନସଭା ନିର୍ବାଚନ ହାରିବା ପରେ ସରକାର ତାଙ୍କୁ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ ।
ଅନୁପ ସାଏଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି । ମା ଓ ଝିଅଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯିବା ପରେ ରାସ୍ତାରେ ଗାଡି ଚଢାଇ ମୁହଁକୁ ନଷ୍ଟ କରିଦିଆଯାଇଥିଲା । ହତ୍ୟାକାଣ୍ଡ ପରେ ମା ଓ ଝିଅଙ୍କ ମୃତଦେହକୁ ଛତିଶଗଡରେ ଫୋପାଡି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here