ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ମୁଣ୍ଡ ନୁଆଁଇଛି ପାକିସ୍ଥାନ । ପାକିସ୍ଥାନ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କ ସହ ଅପରାହ୍ନ ସାଢେ ତିନିଟାରେ ଆଲୋଚନା କରିବା ପରେ ଦୁଇଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଅପରାହ୍ନ ପାଞ୍ଚଟାରୁ ଦୁଇଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଆସନ୍ତା 12 ତାରିଖ ଦିନ ପୁଣି ଦ୍ବିପାକ୍ଷିକ ଡିଜିଏମଓ ସ୍ତରୀୟ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଭାରତର ମିସାଇଲ ଆକ୍ରମଣରେ ପାକିସ୍ଥାନର ତିନୋଟି ସାମରିକ ଘାଟି ନଷ୍ଟ ହୋଇଯାଇଥିଲା । ପାକିସ୍ଥାନର ଏୟାର ଡିଫେନ୍ସ ସିଷ୍ଟମକୁ ଭାରତ ପୂର୍ବରୁ ନଷ୍ଟ କରିସାରିଥିବାରୁ ପାକିସ୍ଥାନର ଯେକୌଣସି ସ୍ଥାନରେ ଭାରତ ମିସାଇଲ ଆକ୍ରମଣ କରିବାର ସାମର୍ଥ୍ୟ ରଖିଥିବାରୁ ପାକିସ୍ଥାନ ଭୟଭୀତ ହୋଇପଡିଥିଲା । ପାକିସ୍ଥାନ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିବା ପରେ ପାକିସ୍ଥାନ ଯୁଦ୍ଦ ବିରତି ପ୍ରସ୍ତାବ ଦେଇଥିଲା । ତେବେ ଦେଶର ସାର୍ବଭୌମତ୍ବ ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ତିନି ସେନାର ମିଳିତ ପ୍ରେସମିଟରେ କୁହାଯାଇଛି ।