ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ସୋମବାର ଭାରତ ବନ୍ଦ କରାଯାଇଥିବାବେଳେ ପୁଣିଥରେ ତୈଳ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ୧୪ ପଇସା ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଦର ଲିଟର ପିଛା ୮୦ଟଙ୍କା ୮୭ ପଇସା ହୋଇଛି । ସେହିପରି ଡିଜେଲ ଲିଟର ପିଛା ୭୨.୯୭ଟଙ୍କା ପହଁଞ୍ଚିଛି । ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୫ ପଇସା ବୃଦ୍ଧି ହୋଇ ୮୬.୨୬ ଟଙ୍କାରେ ପହଁଞ୍ଚିଛି । କେବଳ ବଡ ସହର ନୁହେଁ ଏଥିରୁ ବାଦ୍ ପଡିନାହାଁନ୍ତି ଛୋଟ ସହର । ଛୋଟ ସହରରେ ମଧ୍ୟ ପେଟ୍ରୋଲ ଦର ଆକାଶ ଛୁଆଁ । ମହାରାଷ୍ଟ୍ରର ପରଭାନି ସହରରେ ସୋମବାର ସୁଦ୍ଧା ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ପାର କରିଯାଇଛି ।
ଅନ୍ୟପଟେ ତୈଳ ଦର ହୁ ହୁ ହୋଇ ବଢୁଥିବାରୁ ସଡକରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଭାଜପାକୁ ଅପମାନିତ ହେବାକୁ ପଡୁଛି । କଂଗ୍ରେସ ଓ ଭାଜପା ମଧ୍ୟରେ ଲାଗି ରହିଛି ତୁତୁ ମେ ମେ । ଭାଜପା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଏକ ଇମ୍ପୋଗ୍ରାଫିକ୍ସ ଚାର୍ଟ ଟୁଇଟ କରିବା ପରେ ପୁଣି ଥରେ ଅପମାନିତ ହୋଇଛି ଭାଜପା । ବିରୋଧି କଂଗ୍ରେସ ଏହାର ମଜା ଉଡାଇଛି । ଭାଜପା ଯେଉଁ ଗ୍ରାଫ ପ୍ରସ୍ତୁତ କରିଛି ସେଥିରେ ସେ ଦେଖେଇବାକୁ ଚାହିଁଛି ଉପା ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ ଦର ଯେପରି ବୃଦ୍ଧି ପାଇଥିଲା, ତାହା ଭାଜପା ସରକାରଙ୍କ ଶାସନ କାଳଠାରୁ ଢେର ଅଧିକ । ହେଲେ ଏହି ଗ୍ରାଫ ପରେ ଭାଜପା ସୋସିଆଲ ମିଡିଆରେ ଟ୍ରୋଲ ହୋଇଛି ।

LEAVE A REPLY

Please enter your comment!
Please enter your name here