ରାଜ୍ୟ ପୋଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ ହେବା ପରେ ସଫଳତାର ସହିତ ଆଗକୁ ବଢ଼ୁଛି। ପ୍ରଥମ ସପ୍ତାହରେ ବନ୍ଧୁକ ଚାଲାଣ, ଗଞ୍ଜେଇ ଚାଲାଣ ଓ ନିଶା କାରବାର ମାମଲାରେ ସାରା ରାଜ୍ୟରୁ ୧୨୯ ଜଣକୁ ଗିରଫ କରାଯାଇଛି ବୋଲି ଆଇନ-ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜିପି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।
ଅପରେସନ୍ ଗରୁଡ଼’ର ପ୍ରଥମ ସପ୍ତାହରେ ୩,୧୮୯ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯାଇଛି। ୮୯୦ଟି ଅବକାରୀ ମାମଲାରେ ୧୭,୦୬,୯୫୫ ଲିଟର ମଦ, ୫୧ଟି ବେଆଇନ ଅସ୍ତ୍ର, ୯୫ଟି ଗୁଳିଗୋଳା ଓ ୧,୪୫,୫୦୦ ଟଙ୍କା ଜବତ ହୋଇଛି। ଏହା ସହିତ, ୧୧ଟି NDPS ମାମଲାରେ ୮୮୮ କିଲୋଗ୍ରାମ ଗଞ୍ଜେଇ, ୬୮.୫୭ ଗ୍ରାମ ବ୍ରାଉନସୁଗାର, ୨ଟି କାର ଓ ୬୩,୭୫୦ ଟଙ୍କା ପୋଲିସ ହସ୍ତଗତ କରିଛି।
ଜୁଆ ମାମଲା ୧୧ଟି ଆସିଥିବାବେଳେ ୨,୭୯,୪୮୫ ଟଙ୍କା ଜବତ ହୋଇଛି । ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନାରେ ୧୧୫ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୧୫ ଯାନ ଜବତ ହୋଇଛି । ଉପରୋକ୍ତ ସମସ୍ତ ମାମଲାରେ ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା ମୋଟ ୧୨୯ ଜଣ ।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଡିଜିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।

LEAVE A REPLY

Please enter your comment!
Please enter your name here