ୟୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଯୁଦ୍ଧ ଏତେ ଭୟଙ୍କର ହେଲାଣି ଯେ, ଅନେକ ଭାରତୀୟ ଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଦିଓ କିଛି ଛାତ୍ର ଛାତ୍ରୀ ଭାରତକୁ ଫେରିଛନ୍ତି । ତଥାପି ଏବେ ବି ଅନେକ ଛାତ୍ର ୟୁକ୍ରେନରେ ଫସିକି ରହିଛନ୍ତି । ଏହାରି ଭିତରେ ଏକ ହୃଦୟ ସ୍ପର୍ଷୀ ଘଟଣା ସାମ୍ନାକୁ ଆସିଛି । ହରିୟାଣାର ୧୭ ବର୍ଷୀୟା ମେଡିକାଲ ଛାତ୍ରୀ ଏଭଳି ପରିସ୍ଥିତିରେ ୟୁକ୍ରେନ ଛାଡି ଭାରତ ଆସିବାକୁ ସିଧାସିଧା ମନା କରିଦେଇଛନ୍ତି । ସେ କହିଛନ୍ତି କି ସେ ଯେଉଁ ଘର ଭଡା ନେଇ ରହୁଛନ୍ତି ସେ ଘରର ମାଲିକ ଏବେ ଯୁଦ୍ଧକୁ ଯାଇଛନ୍ତି , ଋଷ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ତରଫରୁ ଯୁଦ୍ଧ ଲଢୁଛନ୍ତି । ନେହାଙ୍କ ଦାୟୀତ୍ୱରେ ସଂପୃକ୍ତ ଘର ମାଲିକଙ୍କ ସ୍ତ୍ରୀ ଓ ୩ ଟି ଛୋଟପିଲାଙ୍କୁ ଛାଡି ଦେଇଯାଇଛନ୍ତି । ତେଣୁ ତାଙ୍କ ପିଲାମାନଙ୍କର ଦାୟିତ୍ୱ ନେବାକୁ ସେ ଭାରତ ଫେରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ୟୁକ୍ରେନରେ ମେଡିକାଲ ପଢୁଥିବା ହରିଆଣାର ୧୭ ବର୍ଷିୟା ନେହା ସଙ୍ଗୱାନ ସୁଯୋଗ ଥିଲେ ବି ଯୁଦ୍ଧଗ୍ରସ୍ଥ ୟୁକ୍ରେନ ଛାଡିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।
ନେହା ତାଙ୍କ ମାଙ୍କ ସହ କଥା ହେବା ବେଳେ କହିଛନ୍ତି କି, ମା ମୁଁ ମୃତ୍ୟୁକୁ ଭୟ କରେ ନାହିଁ । ହେଲେ କୌଣସି ପରିସ୍ଥିତିରେ ମୁଁ ମୋ ଘର ମାଲିକ ଓ ତାଙ୍କର ୩ ଟି ଛୁଆଙ୍କୁ ଛାଡି ସ୍ୱଦେଶ ଫେରିବା ସମ୍ଭବ ନୁହେଁ ।

LEAVE A REPLY

Please enter your comment!
Please enter your name here