ଅସହ୍ୟ ତାତିରେ କଲବଲ ଓଡିଶା । ପଶ୍ଚିମ ଓଡିଶାର ଅଧିକାଁଶ ଅଞ୍ଚଳରେ ତାପମାତ୍ରା 44 ଡିଗ୍ରୀ ଡେଇଁଥିବା ବେଳେ ଉପକୂଳ ଓଡିଶାରେ ଗୁଳୁଗୁଳି ଅସହ୍ୟ ହୋଇଛି । ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ସକାଳ ସାଢେ 8ଟା ସୁଦ୍ଧା 32.8 ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା 79 ପ୍ରତିଶତ ଉପରେ ରହିଛି । ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ଓ ଗୁଳୁଗୁଳି ବଢି ବଢି ଚାଲିଥିବାରୁ ସାଧାରଣ ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି । ତେବେ ଏଭଳି ସ୍ଥିତି ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here