ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଦୁବାଇକୁ ଯାଉଥିବା ଯାତ୍ରୀ ପୂର୍ବରୁ ଅନ୍ୟ ସହର ଦେଇ ଦୁବାଇ ଯାଉଥିଲେ, ଯେଉଁଥିରେ ପାଖାପାଖି 24 ଘଣ୍ଟା ସମୟ ଲାଗୁଥିଲା । ତେବେ ଭୁବନେଶ୍ବରରୁ ସିଧାସଲଖ ବିମାନ ଉଡାଣ ଫଳରେ ମାତ୍ର ଚାରି ଘଣ୍ଟାରେ ଯାତ୍ରୀମାନେ ଦୁବାଇରେ ପହଞ୍ଚିପାରିବେ । ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଦୁବାଇକୁ ବିମାନ ଉଡାଣ କରିବ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଡାଣ ଶୁଭାରମ୍ଭ କରିଥିବା ବେଳେ 186 ଜଣ ଯାତ୍ରୀ ଦୁବାଇ ଗସ୍ତ କରିଛନ୍ତି । ଆଜି ପ୍ରଥମ ଯାତ୍ରାରେ ୭୦ ଜଣ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀମାନେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ ଓ ବିକ୍ରମ ପଣ୍ଡା ପ୍ରମୁଖ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନ ମଧ୍ୟ ଦୁବାଇ ଯାଇଛନ୍ତି । ଆସନ୍ତା 16 ଓ 17 ତାରିଖରେ ଦୁବାଇରେ ପାଳନ ହେବାକୁ ଯାଉଥିବା ଓଡିଶା ଦିବସ ସମାରୋହରେ ଏମାନେ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here