ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଗୁରୁବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ୧୨ ଜଣ କ୍ରୁ ସଦସ୍ୟ ଦୁଇ ଜଣ ପାଇଲଟ ଥିଲେ। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନୁର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବର୍ତ୍ତମାନସୁଦ୍ଧା ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଛି ।
ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ନାଗରିକ ଥିଲେ। ବିମାନର ପାଇଲଟଙ୍କ ନାମ କ୍ଲାଇଭ ଥିଲା ।
ଦୁର୍ଘଟଣାଗ୍ରସ୍ତ ବିମାନଟି ୧୨ ବର୍ଷ ପୁରୁଣା ଥୂଲା। ଏହି ବିମାନଟି ପ୍ରଥମ ଥର ପାଇଁ ୧୪ ଡିସେମ୍ବର ୨୦୧୩ରେ ଉଡ଼ିଥିଲା। ବିମାନଟିକୁ କ୍ୟାପଟେନ୍ ସୁମିତ ସଭରବାଲ ଚଲାଉଥିବାବେଳେ ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର । ସୁମିତ ସାଭରବାଲ ନିଜ କ୍ୟାରିୟରରେ ୮୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଥୁଲା, ଅପରପକ୍ଷରେ ଫାଷ୍ଟ୍ ଅଫିସର୍ କ୍ଲାଇବ୍ କୁନ୍ଦରଙ୍କର ୧୧୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ଥିଲା । ହେଲେ ଏତେ ଅଭିଜ୍ଞତା ଥିବା ପରେ ବି, ବିମାନଟି କାହିଁକି କ୍ରାସ୍ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।