ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ ।
ମମିତା ମେହେରଙ୍କୁ ନ୍ୟାୟ ଦାବି ଏବଂ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆନ୍ଦୋଳନରତ କଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଘଉଡାଇବାକୁ ଲାଠିମାଡ କରିଥିଲା । ପୋଲିସ ଆକ୍ରମଣରେ ଆନ୍ଦୋଳନରତ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଆଡକୁ ଦଉଡିବା ଆରମ୍ଭ କରିଥିଲେ । ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିବା ଆରମ୍ଭ କରିଥିଲା । ପୋଲିସ ମାଡରେ କିଛି କର୍ମୀଙ୍କ ମୁଣ୍ଡ ଫାଠିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏପରିକି ପୋଲିସ କଂଗ୍ରେସ ଭବନ ଭିତରେ ପଶି କର୍ମୀଙ୍କୁ ବାଡେଇଥିଲା । ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକାଣ୍ଟିନ ଛକ ରାସ୍ତା ଅବରୋଧ କରାଯିବା ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here