ନିର୍ବାଚନ ଯେତିକି ପାଖଉଛି, ନବୀନ ପଟ୍ଟନାୟକଙ୍କ ସରକାର ସେତିକି ନୂଆ ଯୋଜନାରେ ରାଜ୍ୟବାସୀଙ୍କୁ ଚମକାଇବାରେ ଲାଗିଛି । ରାଜ୍ୟରେ ଥିବା 70 ଲକ୍ଷ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିନା ସୁଧରେ 10 ଲକ୍ଷ ଟଙ୍କାର ଋମ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହାଦ୍ବାରା ମହିଳାମାନେ କ୍ଷୁଦ୍ର ଓ ମଧ୍ୟମ ବର୍ଗରେ ବ୍ୟବସାୟ କରିପାରିବେ । ଲୋକସେବା ଭବନ କନଭେନସନ ସେଂଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୭୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ବିନା ସୁଧରେ ଋଣ ସହାୟତା, ମିଶନ ଶକ୍ତି ମହିଳାଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ଏବଂ 145 କୋଟି ଟହ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ବ୍ୟବସାୟ କରିବା ପାଇଁ ସରକାର 8 ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ ଏହି ସହାୟତା ଫଳରେ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ହେବା ସହ କର୍ପୋରେଟ ଦୁନିଆ ସହ ଯୋଡି ହେବେ । ସେମାନଙ୍କୁ ଦେଶ ଦୁନିଆ ସଂପର୍କରେ ଅଧିକ ପରିଚିତ କରାଇବା ପାଇଁ ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଦେଶ ଭ୍ରମଣ କରିବାର ବ୍ୟବସ୍ଥା କରାଯାଉଛି । ସେହିପରି ଏସଏଚଜି ଗ୍ରୁପର ବିଭିନ୍ନ ଉତ୍ପାଦ ବିକ୍ରି ପାଇଁ ଭୁବନେଶ୍ବରରେ ଏକ ମିଶନ ଶକ୍ତି ବଜାର ଖୋଲାଯାଇଛି ଏବଂ ଖୁବଶୀଘ୍ର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମିଶନଶକ୍ତିର ଆଉଟଲେଟ୍ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here