ଭୁବନେଶ୍ବର : ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲାଣ୍ଡ ସ୍ଥିତ ଅକଲ୍ୟାଣ୍ଡ ବିଶ୍ବବିଦ୍ୟାଳୟର ଫାକଲ୍ଟି ଅଫ ସାଇନ୍ସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ, ଉଭୟ ବିଶ୍ବବିଦ୍ୟାଳୟ ଶୈକ୍ଷିକ ସହଭାଗିତା, ବିଭିନ୍ନ ଅଧ୍ୟୟନ ସମ୍ବଦ୍ଧିତ କାର୍ଯ୍ୟକ୍ରମ, ଗବେଷଣାତ୍ମକ ପ୍ରକଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ । ଏଥିସହିତ ଶିକ୍ଷକ ଆଦାନପ୍ରଦାନ, ଭିଜିଟିଙ୍ଗ ସ୍କଲାରସିପ୍ ପ୍ରୋଗ୍ରାମ ଏବଂ ମିଳିତ ଭାବେ ଛାତ୍ରଛାତ୍ରୀଙ୍କୁ ଇଂଟର୍ଣ୍ଣସିପ୍ ପ୍ରଦାନ ଦିଗରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି ।
ଶୁକ୍ରବାର ଦିନ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅକଲ୍ୟାଣ୍ଡ ବିଶ୍ବବିଦ୍ୟାଳୟ ଫାକଲ୍ଟି ଅଫ୍ ସାଇନ୍ସର ଡିନ୍ ପ୍ରଫେସର ଜନ୍ ହସକିଙ୍ଗ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି ।

LEAVE A REPLY

Please enter your comment!
Please enter your name here