ଆମେରିକା ସବୁବେଳେ ନିଜର ଏଫ୍-୩୫ ଫାଇଟର ଜେଟ୍ କୁ ନେଇ ଗର୍ବ କରିଥାଏ। ଏହା ଦୁନିଆର ସବୁଠାରୁ ଉନ୍ନତ ଫାଇଟର ଜେଟ୍ ବୋଲି ଦାବି କରିଥାଏ । କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା, ସାରା ଦୁନିଆକୁ ଚକିତ କରିଛି। ଆମେରିକା ବାୟୁସେନାର ଏକ ଏଫ୍-୩୫ ଜେଟ୍ ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି।
ପାଇଲଟ୍ ଆକାଶରେ ୫୦ ମିନିଟ୍ ପର୍ଯ୍ୟନ୍ତ ଲକହିଡ୍ ମାର୍ଟିନର ୫ ଇଞ୍ଜିନିୟରଙ୍କ ସହ କନଫ୍ରେନ୍ସ କଲ୍ କରିଥିଲେ। ଯେତେବେଳେ ଏହି ଚେଷ୍ଟା ବିଫଳ ହୋଇଥିଲା ପାଇଲଟ୍ ପାରାଚୁଟ୍ ସାହାଯ୍ୟରେ ବିମାନରୁ ଡେଇଁ ପଡ଼ିଥିଲେ। ଏହାପରେ ଜେଟ୍ ଆଲାସ୍କାର ରନଓ୍ବେରେ କ୍ରାସ୍ ହୋଇଯାଇଥିଲା।

ଦୁର୍ଘଟଣାର କାରଣ ଜେଟ୍ ହାଇଡ୍ରୋଲିକ୍ ସିଷ୍ଟମରେ ବରଫ ଜମିବା ବୋଲି କୁହାଯାଉଛି, ଯାହାଫଳରେ ଲ୍ୟାଣ୍ଡିଂ ଗିଅର ଜାମ୍ ହୋଇଯାଇଥିଲା। ଉଡାଣ ଭରିବା ମାତ୍ରେ ପାଇଲଟ୍ ଗିୟର ଫେରାଇ ନେବାର ଚେଷ୍ଟା କରିଥିଲେ, କିନ୍ତୁ ବାମ ପଟେ ଅଟକି ଯାଇଥିଲା। ଗିୟର ପୁଣିଥରେ ତଳକୁ କରିବାର ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା। ଜେଟ୍‌ର ସେନ୍‌ସର ଭୁଲ ସଙ୍କେତ ଦେଇଥିଲା ଯେ, ବିମାନ ତଳକୁ ଓହ୍ଲାଇ ସାରିଛି। ଯାହାଫଳରେ ଜେଟ୍ ନିୟନ୍ତ୍ରଣ ହରାଇ ବସିଥିଲା। ଏହି ସମୟରେ ଦୁଇ ଥର ‘ଟଚ୍ ଆଣ୍ଡ ଗୋ’ ଲ୍ୟାଣ୍ଡିଂର ଚେଷ୍ଟା କରାଯାଇଥିଲା। ହେଲେ ସବୁ ବିଫଳ ହୋଇଥିଲା । ଯାହାଫଳରେ ବିମାନଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here