ପୁରୀ ରଥଖଳାରେ ରଥ ନିର୍ମାଣ ଚାଲିଥିବା ବେଳେ ଆଠଜଣ ସେବାୟତ କରୋନା ଆକ୍ରାନ୍ତ ହେବା ଚିନ୍ତା ବଢାଇ ଦେଇଛି । ପ୍ରଶାସନ ପକ୍ଷରୁ ରଥ ନିର୍ମାଣର ସମୀକ୍ଷା କରାଯାଇଛି । ତେବେ କିପରି ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ ହୋଇପାରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବାୟୋ ବବଲ୍ ଭିତରେ ରଥ ନିର୍ମାଣ କରାଯିବ ଏବଂ ଏହି ବାୟୋ ବବଲ୍ ଭିତରେ ରଥ ନିର୍ମାଣରେ ନିୟୋଜିତ କାରିଗରମାନେ କିପରି ସଂକ୍ରମିତ ନ ହେବେ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ରଥଖଳାରେ ନିରାପଦ ବଳୟ ପ୍ରସ୍ତୁତ କରାଯାଇଛି ଏବଂ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିମାନେ ଏହା ମଧ୍ୟକୁ ପ୍ରବେଶ କରିପାରିବେ ବୋଲି ସ୍ଥିର କରାଯାଇଛି । ଏପରିକି ରଥ ନିର୍ମାଣରେ ନିୟୋଜିତ କାରିଗରମାନେ ବାହାର ଲୋକଙ୍କ ସଂସ୍ପର୍ଶରେ ନ ଆସିବେ ଏବଂ ପରିବାର ଲୋକଙ୍କ ସହ ନ ମିଶିବେ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଗତକାଲି ନଥ ନିର୍ମାଣରେ ସଂପୃକ୍ତ ଆଠଜଣ ସେବାୟତଙ୍କ ପାଖରେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ଏବଂ ସୁରୁଖୁରୁରେ ରଥ ନିର୍ମାଣ ସଂପାଦନ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here