କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗାମୀ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ଫେରିବେ । ହଜାର ହଜାର ସଂଖ୍ୟାରେ ପ୍ରବାସୀମାନେ ଫେରିବା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବ । ତେବେ ଗତ ଦୁଇମାସ ଧରି ଲକ୍ ଡାଉନ ସମୟରେ ପ୍ରଶାସନିକସ୍ତରରେ ନିଆଯାଇଥିବା ପଦକ୍ଷେପରୁ ଶିକ୍ଷା ମିଳିଛି ଏବଂ ଏହି ଶିକ୍ଷା ହିଁ ଆମକୁ ପରିସ୍ଥିତି ମୁକାବିଲା କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ନବୀନ । ଭିଡିଓ କନଫରେନ୍ସିଂରେ ପରିସ୍ଥିତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଗତ ଦୁଇମାସ ଧରି ନିଷ୍ଠାର ସହ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ସାମାଜିକ ଦୂରତା, ମାସ୍କ ଏବଂ ବାରମ୍ବାର ହାତ ଧୋଇ ଆମେ କରୋନାକୁ ମୁକାବିଲା କରିବାରେ ସଫଳ ହୋଇପାରିବା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here