ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ । ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଆଜି ରାଜ୍ୟବାପୀ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି । ସେହିପରି ବିଶ୍ୱ ବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ପଠାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here