ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ରଣନୀତି । ଶାସକ ବିଜେଡି ଏବଂ ମୋଦି ଲହରକୁ ରୋକିବାକୁ ପ୍ରୟାସ କରିବ ଦଳ । ଏସବୁକୁ ନଜରରେ ରଖି ଶନିବାର ଠାରୁ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଦଳର ନିର୍ବାଚନ କମିଟି ବୈଠକ । ଆଜି ଏବଂ ଆସନ୍ତାକାଲି ହେବାକୁ ଥିବା ଦୁଇଦିନିଆ ବୈଠକରେ ପ୍ରସ୍ତୁତ ହୋଇ ରହିଥିବା ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରାଯିବା ନେଇ ଦଳ ସ୍ପଷ୍ଟ କରିଛି ।
ବର୍ତ୍ତମାନର ବିଧାୟକ, ପୂର୍ବତନ ମନ୍ତ୍ରୀ, ବିଧାୟକ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଧାୟକ ପ୍ରାର୍ଥୀଙ୍କୁ ନେଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଥିବାବେଳେ ବୈଠକରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ତେବେ ପିଇସି ବୈଠକରେ ମୋହର ବାଜିବା ପରେ ତାଲିକାକୁ ହାଇ କମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବା ନେଇ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here