ଜୁଲାଇ ୧୬ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଶଂ ଅଞ୍ଚଳରେ ଦୃଶ୍ୟମାନ ହେବ । ଏହିଦିନ ମଙ୍ଗଳଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥୀବିର ଅତି ନିକଟତର ହେବ । ୧୬ ଜୁଲାଇ ମଧ୍ୟରାତ୍ରୀ ୧ଟା ୩୨ ମିନିଟରୁ ଆରମ୍ଭ ହୋଇ ସକାଳ ୪ଟା ୩୧ ମିନିଟରେ ଶେଷ ହେବ । ଚନ୍ଦ୍ରମା ଉପରେ ଲାଗୁଥିବା ଏହି ପୁର ପକ୍ରିୟାକୁ ନାସା ପକ୍ଷରୁ ସବୁଠାରୁ ଚମତ୍କାର ସୋ ବୋଲି କୁହାଯାଉଛି । ଜ୍ୟୋତିର୍ବିତଙ୍କ କହିବା ଅନୁଯାଇ, ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ କି ରୋଷେଇ କରିବେ ନାହିଁ । ଏହି ସମୟରେ ପୂଜା ଘରକୁ କପଡାରେ ଢାଙ୍କି ରଖିବାକୁ ପରାମର୍ଶ ଦିଆଯାଇଛି । ଗ୍ରହଣ ସମୟରେ ଘରୁ ବାହାରକୁ ଯିବା ଉଚିତ ନୁହେଁ । ଖାଲି ଆଖିରେ ଗ୍ରହଣ ନଦେଖିବାକୁ ପରାମର୍ଶ ଦିଆଯାଇଛି । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ୪ଟା ୩୨ରୁ ପାକ ତ୍ୟାଗ ଓ ଦେବ ନୀତିକୁ ନିଷେଦ କରାଯାଇଛି । ସର୍ବମୋକ୍ଷ ପରେ ସ୍ନାନ ପୂର୍ବକ ଦେବନୀତି ଓ ଅନ୍ନ ଭୋଜନ କରାଯାଇପାରିବ । ଗ୍ରହଣ ଦିନ ଠାରୁ ୭ଦିନ ପର୍ଯ୍ୟନ୍ତ ଦୂରଯାତ୍ରା ,ଏକ ଦିନ ପର୍ଯ୍ୟନ୍ତ ବିବାହ ଓ ତିନି ଦିନ ପର୍ଯ୍ୟନ୍ତ ବ୍ରତପୋନୟନକୁ ନିଷେଦ କରାଯାଇଛି । ମେଷ ,ବୃଷ, ମିଥୁନ, ଧନୁ, ମକର ଓ ମୀନ, କର୍କଟ, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here