କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯ଼ାୟୀ, ଆଜିଠାରୁ 10 ତାରିଖ ଯାଏଁ 17 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରାଯ଼ାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ମାଜାମ, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରୀୟ ରହିଛି । ଏହା ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଯ଼ୋଗୁ ବିଭିନ୍ନ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ଆସନ୍ତା 10 ତାରିଖ ଯ଼ାଏଁ ସମୁଦ୍ର ଜୁଆରିଆ ରହୁଥିବାରୁ ସମୁଦ୍ର ଭିତରକୁ ମତ୍ସୟଜୀବୀଙ୍କୁ ଯିବାକୁ ମନା କରାଯ଼ାଇଛି ।

LEAVE A REPLY

Please enter your comment!
Please enter your name here