ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଉତ୍ସବରେ ଏହି ଦୁଇ ନେତା ଏକାଠି ହୋଇଛନ୍ତି । ଏମାନଙ୍କ ସହିତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ମଧ୍ୟ ଯୋଗ ଦେଇଛନ୍ତି । ରବିବାର ସଂଧ୍ୟାରେ ଓଡିଶାରେ ପହଁଞ୍ଚିଥିଲେ ଅମିତ ଶାହ । ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶାହ କଟକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here