ଗୁରୁବାରଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ସଂସଦ ବଜେଟ ଅଧିବେଶନ. ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି. କୋବିନ୍ଦ ନିଜ ଅଭିଭାଷଣରେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ସରକାର ଅନେକ ଉନ୍ନତିମୂଳକ ଯୋଜନା ଲାଗୁ କରିଛନ୍ତି. ସବୁ ଗାଁରେ ବିଜୁଳି ପହଞ୍ଚିଛି . ପାନୀୟ ଜଳ ଯୋଗାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି . ପ୍ରତ୍ୟେକ ଗରିବ ଲୋକଙ୍କ ଘରେ ଗ୍ୟାସ୍‌ ପହଞ୍ଚିଛି. ବିଗତ ସାଢେ 4 ବର୍ଷ ମଧ୍ୟରେ  13 କୋଟି ଲୋକଙ୍କ ଘରେ ଗ୍ୟାସ୍‌ ପହଞ୍ଚି ପାରିଛି. ମୋଦି ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହିତ ଲୋକଙ୍କ ସବୁ ପ୍ରକାର ହିତ ଚିନ୍ତା କରାଯାଇଛି . ଆୟୁଷ୍ମାନ ଯୋଜନାରେ ଦେଶର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି. ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସହରା ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି . ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାସି ଦଣ୍ଡର ନିୟମ ଲାଗୁ କରାଯାଇଛି. ତେବେ ଫେବ୍ରୁଆରୀ ୧ରେ ଏନେଇ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର. ଅନ୍ତରୀଣ ବଜେଟକୁ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥାପନ କରିବେ. ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ପିୟୁଷ ଗୋଏଲ ବଜେଟ ଉପସ୍ଥାପନ କରିବେ. ଫେବୃୟାରୀ 13 ତାରିଖ ଯାଏଁ ଚାଲିବ ଏହି ବଜେଟ ଅଧିବେଶନ. 2014 ମସିହା ପରଠୁ ବିଜେପି ସରକାରଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଏହି ବଜେଟ ହେଉଛି ବିଜେପି ସରକାରଙ୍କ ଶେଷ ବଜେଟ. ଯେଉଁଥିପାଇଁ ଏହି ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି. ଗୁରୁବାର ଉପସ୍ଥାପିତ ହେବାକୁ ଥିବା ବଜେଟ ଅଧିବେଶନରେ ସିଟିଜେନ ଆମେଣ୍ଡମେଣ୍ଟ ବିଲ, ଟ୍ରିପଲ ତଲାକ ବିଲ ପାସ  ହୋଇପାରେ ବୋଲି ସୂଚନା ମିଳିଛି.

 

 

LEAVE A REPLY

Please enter your comment!
Please enter your name here