ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ତିନି ଠାକୁର ରଥାରୁଢ । ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବେ, ରଥ ଦଉଡି ଛୁଇଁ ମହାପ୍ରଭୁଙ୍କ ଆଶିର୍ବାଦ ନେବା ପାଇଁ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିକୁ ଖାତିର ନ କରି ଭକ୍ତମାନେ ଦିନ ତମାମ ବଡଦାଣ୍ଡରେ ଅପେକ୍ଷା କରି ରହିଥିଲେ । ତିନିରଥରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ନୀତି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ହେଁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସରିବା ବେଳକୁ ବିଳମ୍ବ ହୋଇଥିଲା । ନୀତିକାନ୍ତିରେ ବିଳମ୍ବ ସହ ଛେରାପହଁରା କାର୍ଯ୍ୟ ବି ବିଳମ୍ବିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here