ଆଜି ବି ବର୍ଷିବ । ସାରା ରାଜ୍ୟରେ ଗତକାଲି ଭଳି ଆଜି ମଧ୍ୟ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ହେଲେ କାଲି ଅପେକ୍ଷା ବର୍ଷାର ପରିମାଣ ଆଜି କମିବ । ତେବେ ପଶ୍ଚିମ ଓଡିଶା ଜିଲ୍ଲାମାନଙ୍କରେ ଅପେକ୍ଷାକୃତ ବେଶି ବର୍ଷା ହୋଇପାରେ । ଆଜି ଛତିଶଗଡରେ ସବୁଠାରୁ ବେଶି ବର୍ଷା ହୋଇପାରେ । ଫଳରେ ମହାନଦୀ ଏବଂ ଶାଖାନଦୀ ଉପରେ ଏହାର ପ୍ରଭାବ ପଡିବ । ଲଘୁଚାପ ଅବପାତରେ ପରିଣତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୁତ ହୋଇ ଅବପାତରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି ।
ଅପରପକ୍ଷରେ ଛତିଶଗଡରୁ ଅଧିକ ବନ୍ୟାପାଣି ଆସୁଥିବାରୁ ହୀରାକୁଦର 34ଟି ଗେଟ ଖୋଲି ଦିଆଯାଇଛି । ଆସନ୍ତାକାଲି ମୁଣ୍ଡଳି ଦେଇ 10 ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାରୁ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ବନ୍ୟା ମୁକାବିଲା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଓଡ୍ରାଫ ଟିମ ସଜାଗ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here