ଭିଜିବ ଟ୍ୱିନ୍ ସିଟି । ପ୍ରବଳ ବର୍ଷାରେ ସହରୀ ବନ୍ୟା ଆଶଙ୍କା ରହିଛି । ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ସହରୀ ବନ୍ୟାର ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଗ୍ୟାନୀ ଉମାଶଙ୍କର ଦାଶ । ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଟ୍ରାଫିକ ସମସ୍ୟା ଏବଂ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ ।
ସେହିପରି ଆଜିଠାରୁ ଆସନ୍ତାକାଲି ବର୍ଷାର ପରିମାଣ ଆହୁରି ଅଧିକା ରହିବ । କାଲି ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରରେ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ବଲାଙ୍ଗୀର, ବରଗଡ, କଳାହାଣ୍ଡି ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବ । ୧୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ କମିବ ।
ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍ମାସନ କରାଯାଉଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲିବ ବୋଲି କହିଛନ୍ତି ମୁଖ୍ୟ ଯନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here