ରାଜ୍ୟରେ ଆଉ ୧୭୯ କରୋନା ପଜିଟିଭ ଚିହ୍ନଟ । ୧୫ ଜିଲ୍ଲାରୁ ୧୬୧ ଏବଂ ପଶ୍ଚିମବଙ୍ଗରୁ ଅମ୍ଫାନ ମୁକାବିଲା ସାରି ଫେରିଥିବା ୧୮ ଜଣ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୭୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୫୦ ଏବଂ ୨୯ ଟି ଲୋକାଲ କେସ୍ ରହିଛି । ତେବେ ଗଞ୍ଜାମରୁ ସର୍ବାଧିକ ୫୭ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଖୋର୍ଦ୍ଧାରୁ ୨୭, କେନ୍ଦୁଝରରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୧୫, ମୟୂରଭଞ୍ଜରୁ ୧୦, ଅନୁଗୁଳରୁ ୬, ଭଦ୍ରକ, ରାୟଗଡା ଏବଂ କେନ୍ଦ୍ରାପଡାରୁ ୫ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ଜଗତସିଂପୁରରୁ ୪, ଯାଜପୁରରୁ ୩, ମାଲକାନଗିରି ଏବଂ ବରଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଦେବଗଡ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ହୋଇଛି । ଆକ୍ଟିଭ କେସ୍ ୧୫୪୩ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୨୯୭ ଜଣ ।
ସେହିପରି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୬୦ ବର୍ଷ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ଅନ୍ୟ ରୋଗରେ ପିଡୀତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ପହଁଞ୍ଚିଛି ୧୨ରେ

LEAVE A REPLY

Please enter your comment!
Please enter your name here