ଆସନ୍ତାକାଲି ସୂର୍ଯ୍ୟପରାଗ । ଓଡିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ପରାଗ ଚାଲିବ । ଏହା ବିରଳ ବଳୟ ସୂର୍ଯ୍ୟପରାଗ ବୋଲି କୁହାଯାଉଛି । ପଠାଣି ସାମନ୍ତ ପ୍ଲାନିଟାରିୟମର ଉପ ନିର୍ଦ୍ଧେଶକ ଉତ୍ତର ଭାରତରେ ସମ୍ପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ରାଜସ୍ଥାନ , ହରିଆଣାରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିହେବ । ତେବେ ଦେଶର ଯେତେ ଦକ୍ଷିଣକୁ ଆସିବେ ସୂର୍ଯ୍ୟପରାଗର ପ୍ରତିଶତ କମି କମି ଆସିବ । ଉତ୍ତର ଓଡିଶାର ମୟୂରଭଞ୍ଜରେ ୭୨ ପ୍ରତିଶତ ପରାଗ ଦେଖାଯିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ । ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବୈଗ୍ୟାନିକ ମାନେ ବାରଣ କରିଛନ୍ତି ।
ଅନ୍ୟପଟେ ଜ୍ୟୋର୍ତିବିତ୍ କହିଛନ୍ତି , ଦିନ ୧୦ଟା ୩୮ରେ ଗ୍ରହଣ ଲାଗିବ । ଏହାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଦ୍ଧ କରାଯାଇଛି । ତେବ ବିଭିନ୍ନ ଭୂଖଣ୍ଡରେ ପରାଗ ସମୟ ଭିନ୍ନ ଭିନ୍ନ ରହିବ । ପରାଗ ସମୟରେ ଦେବନୀତି ପାକ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି । ତେବେ ଶିଶୁ, ବୃଦ୍ଧ ଓ ରୋଗୀଙ୍କ କୌଣସି ବାରଣ ନାହିଁ ।

LEAVE A REPLY

Please enter your comment!
Please enter your name here