ମାସ ଭିତରେ ଶ୍ରେଷ୍ଠ କାର୍ତ୍ତିକ I ଧର୍ମର ମାସ, ପୂଣ୍ୟର ମାସ. ସେଥିପାଇଁ ବ୍ରତଧାରୀମାନେ ମାସସାରା ନିଷ୍ଠାର ସହ ରାଇ ଦାମୋଦର ପୂଜା କରି ବ୍ରତ ପାଳନ କରିଥିବା ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରିଥାନ୍ତି. ପବିତ୍ର ପଞ୍ଚୁକର ଚତୁର୍ଥଦିନରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ଭକ୍ତଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି. ମଙ୍ଗଳଆଳତୀ ଓ ଅବକାଶ ପରେ ଶ୍ରୀଜିଉଙ୍କର ଏହି ବେଶ ହୋଇଥାଏ. ଆସନ୍ତାକାଲି
କାର୍ତ୍ତିକପୂର୍ଣିମାରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ. ତେବେ କାର୍ତ୍ତିକପୂର୍ଣିମାରେ ସମୁଦ୍ରରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ଭକ୍ତଙ୍କର ପୁରୀରେ ସମାଗମ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି.