ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ | ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ ଅଧିବେଶନ | ଚଳିତ ବର୍ଷର ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି | ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି | ଅଧିବେଶନରେ ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ | ଏହା ଉପରେ ୩ ଦିନ ଧରି ଆଲୋଚନା ହେବ | ସେପଟେ ବିଧାନସଭାକୁ ସୁରୁଖୁରରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ | ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ |

LEAVE A REPLY

Please enter your comment!
Please enter your name here