୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ । ଆଜି ସଂଧ୍ୟା ସୁଦ୍ଧା ଆୟକର ଦାତାମାନେ ନିଜର ରିଟର୍ଣ୍ଣ ଫାଇଲ କରିପାରିବେ । ଗତକାଲି ସଂଧ୍ୟା ୮ଟା ସୁଦ୍ଧା ୫କୋଟି ୧୦ ଲକ୍ଷରୁ ଅଧିକ ଆୟକରଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି । କେବଳ ଗତକାଲି ଦାଖଲ କରିଛନ୍ତି ପ୍ରାୟ ୫୮ ଲକ୍ଷ ଲୋକ । ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଆଉ ବଢିବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଆଜି ସୁଦ୍ଧା ଯେଉଁମାନେ ଦାଖଲ ନକରିପାରିବେ ଆସନ୍ତାକାଲିଠୁ ଫାଇନ୍ ଦେବାକୁ ପଡିବ । ବାର୍ଷିକ ୫ ଲକ୍ଷରୁ କମ ଆୟ ଥିଲେ ହଜାରେ ଟଙ୍କା ଜରିମାନା ଓ ୫ ଲକ୍ଷରୁ ଅଧିକ ଆୟ ପାଇଁ ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here