ଆଜି ରାଜ୍ୟରେ ସର୍ବାଧିକ ୨୭ ଜିଲ୍ଲାରୁ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୧୨୬୪ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୧୭ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି । କରୋନାରୁ ସୁସ୍ଥ ହେଲେଣି ୧୩,୭୪୯, ଆକ୍ଟିଭ୍ କେସ୍ ରହିଛି ୭୨୦୫ । ଗଞ୍ଜାମରୁ ସର୍ବାଧିକ ୫୪୦, ଖୋର୍ଦ୍ଧାରୁ ୧୩୭, ରାୟଗଡା-୮୪, ଗଜପତି-୭୪, ନୟାଗଡ-୬୧, ସୁନ୍ଦରଗଡ-୬୦, କଟକ-୪୭, ଭଦ୍ରକ-୩୦, କନ୍ଧମାଳରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟ-୨୭, କେନ୍ଦୁଝର-୨୫, ବରଗଡ-୨୪ , ପୁରୀରୁ ୨୨, ସମ୍ବଲପୁର-୨୦, ଯାଜପୁର-୧୭, ମୟୂରଭଞ୍ଜ-୧୫, ବାଲେଶ୍ୱରରୁ ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା-୮, ଅନୁଗୁଳ ଓ କଳାହାଣ୍ଡିରୁ ୭ ଲେଖାଏଁ , ଢେଙ୍କାନାଳରୁ ୬ ପଜିଟିଭ୍ ବାହାରିଛନ୍ତି । ନବରଙ୍ଗପୁର ଓ ଜଗତସିଂହପୁରରୁ ୪ ଲେଖାଏଁ , ଝାରସୁଗୁଡାରୁ ୩ ଚିହ୍ନଟ । ବୌଦ୍ଧ-୨, ନୂଆପଡା ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ରାଜ୍ୟରେ କରୋନା ଆଜି ୬ ଜଣଙ୍କ ଜୀବନ ନେଇଛି । ଗଞ୍ଜାମ ଜିଲ୍ଲାରେ ୫ ଓ ଖୋର୍ଦ୍ଧାର ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୬୭ରେ ପହଁଞ୍ଚିଛି । ଗଞ୍ଜାମର ୫ ମୃତକଙ୍କ ମଧ୍ୟରେ ୪୧, ୬୩, ୬୯ ଓ ୫୭ ବର୍ଷୀୟ ବ୍ୟକ୍ତି । ଗଞ୍ଜାମର ଅନ୍ୟ ଜଣେ ମୃତକ ୫୧ ବର୍ଷୀୟ ମହିଳା । ଖୋର୍ଦ୍ଧାରେ ଆଜି ଜଣଙ୍କର ମୃତ୍ୟୁ ସହ ସଂଖ୍ୟା ୧୫ରେ ପହଁଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣକ ୮୬ ବର୍ଷୀୟ ବୃଦ୍ଧା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here