ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି ମୃତ୍ୟୁର ରହସ୍ୟ । ମୃତ୍ୟୁ ମାମଲାରେ ଆଜି ଏକ ନୂଆ ମୋଡ ସାମ୍ନାକୁ ଆସିଛି । ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ ନୋଟକୁ ନେଇ ବଡ ଖୁଲାସା । ଆଦିତ୍ୟଙ୍କ ଡାଏରୀର ହାତ ଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା ସେଥିରେ ପଡିଛି ପୂର୍ଣ୍ଣଛେଦ । ସୁଇସାଇଡ ନୋଟ୍ ନିଜେ ଆଦିତ୍ୟ ଦାସ ଲେଖିଥିବା ଫରେନସିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଫରେନସିକ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ ହିଁ ଡାଏରୀରେ ଶେଷ କଥା ଲେଖିଛନ୍ତି । ଏହି ସୂଚନା ଦେଇଛନ୍ତି ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here