କରୋନା ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଲାଣି । ଆଜି କରୋନାରେ ଆଖି ବୁଜିଛନ୍ତ ଆଉ ଦୁଇ ଜଣ । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୭ ବର୍ଷୀୟ ବୃଦ୍ଧ । ଅନ୍ୟଜଣେ ଯାଜପୁର ଜିଲ୍ଲାର ୬୪ ବର୍ଷୀୟ ବୃଦ୍ଧ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୧, ଯାଜପୁରରେ ଏ ହେଉଛି ପ୍ରଥମ ମୃତ୍ୟୁ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ ୪୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫୬ ମଧ୍ୟରୁ ୩୦୯ ହେଉଛନ୍ତି କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ ୧୪୭ ଲୋକାଲ କେସ୍ ରହିଛି । ଆଜି ଗଞ୍ଜାମରୁ ସର୍ବାଧିକ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରୁ ୩୩, ନବରଙ୍ଗପୁରରୁ ୨୬ ପଜିଟିଭ୍ ବାହାରିଛନ୍ତି । ଜଗତସିଂହପୁରରୁ ୨୩, ଖୋର୍ଦ୍ଧାରୁ ୨୧, ସୁନ୍ଦରଗଡରୁ ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୫, ବାଲେଶ୍ୱରରୁ ୧୪, କଟକରୁ ୧୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାବତ ପଜିଟିଭଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି । ତେବେ ଏଯାଏ କରୋନା ସଙ୍କ୍ରମଣରୁ ସୁସ୍ଥ ୬୨୨୪ ଜଣ । ତେବେ ଆକ୍ଟିଭ୍ କେସ୍ ୩୨୫୪ ଅଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।