ବିଜେପିରେ ମିଶିବା ପରେ ଓଡିଶା ଫେରିଛନ୍ତି ଦାମ ରାଉତ । ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଦେଇ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଦାମଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମାରୋହ ଆୟୋଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କେବି ସିଂହଦେଓ, ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଦାମ ବାବୁଙ୍କୁ ସ୍ୱାଗତ କରିଥିଲେ । ସମାରୋହକୁ ସମ୍ବୋଧିତ କରି ଦାମ ବାବୁ ନବୀନଙ୍କ ଉପରେ ବର୍ଷିଥିଲେ । ଯେଉଁମାନେ ବିଜେଡି ଗଢିଥିଲେ, ସେମାନଙ୍କୁ ଜଣ ଜଣ କରି ନବୀନ ଅପମାନିତ କରି ବିଦା କରିଛନ୍ତି ବୋଲି କହିଥିଲେ । ନବୀନ ଯେଉଁମାନଙ୍କୁ ରାଜନୀତିକୁ ଆଣିଛନ୍ତି ସେମାନେ ରାଜନୀତିରେ ବେପାର କରିବାକୁ ଆସିଛନ୍ତି ଏବଂ ସାଧାରଣ ନିର୍ବାଚନ ପାଇଁ ଅଯୋଗ୍ୟ ବୋଲି କହିଥିଲେ । ନବୀନଙ୍କ ସମୟରେ ରାଜ୍ୟରେ ନାରୀ ନିର୍ଯାତନା ବଢିଛି ଏବଂ ବିଜୁବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସ୍ୱପ୍ନରେ ରହିଗଲା ବୋଲି କହିଥିଲେ । ଓଡିଶାବାସୀଙ୍କୁ ବିଜେପି ଏକ ଦୁର୍ନିତୀ ମୁକ୍ତ ଓ ସୁସ୍ଥ ସରକାର ଦେଇ ପାରିବ ବୋଲି ଅନୁଭବ କରିବାରୁ ସେ ଦଳର ଯୋଗ ଦେଇଛନ୍ତି ଏବଂ ପରିବର୍ତନର ସୂର୍ୟ୍ୟ ଉଦୟ ହେଉଛି ବୋଲି ଦାମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here