କରୋନାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ମୃତକ ଗଜପତି ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର । ଗଜପତିରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ୬୪ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି । ସେହିପରି ଆଜି ରାଜ୍ୟରେ ଆଉ ୪୬୯ଟି ପଜିଟିଭ୍ କେସ୍ ମଧ୍ୟ ଆସିଛି । ୪୬୯ ମଧ୍ୟରୁ ୩୧୭ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୫୨ ଲୋକାଲ କେସ୍ ରହିଛି । ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୯୪, ସୁନ୍ଦରଗଡରୁ ୬୬, ଖୋର୍ଦ୍ଧାରୁ ୨୭, ଯାଜପୁର ଏବଂ କେନ୍ଦୁଝରରୁ ୨୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ନୟାଗଡରୁ ୨୪, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୩, ଗଜପତିରୁ ୧୨, ପୁରୀ ଏବଂ ବାଲେଶ୍ୱରରୁ ୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡାରୁ ୫, ବଲାଙ୍ଗିରରୁ ୩, ନବରଙ୍ଗପୁର ଏବଂ କଳାହାଣ୍ଡିରୁ ୨ ଜଣ ଲେଖାଏଁ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ, ମାଲକାନଗିରି ରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୪ ଜଣ ଏନଡିଆରଏଫ ଅଧିକାରୀଙ୍କ ସ୍ୱାବ ଟେଷ୍ଟ ମଧ୍ୟ ପଜିଟିଭ୍ ବାହାରିଛି । ସମସ୍ତ ୪ ଆକ୍ରାନ୍ତ ବାତ୍ୟା ଅମ୍ଫାନର ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍ କରିଛି । ମୋଟ୍ ୯୦୭୦ ରହିଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୩୦୯୦ । ସେହିପରି ୫୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here