ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୦୨୫ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୪୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୧୮୧ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧ କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୭୭,୨୮୬ ଏବଂ ଆକ୍ଟିଭ୍ କେସ୍ ରହିଛି ୨୮,୭୧୯ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୧୨, ମୟୂରଭଞ୍ଜ-୨୧୫, ଗଞ୍ଜାମ-୨୦୭, କୋରାପୁଟ-୧୩୯, ପୁରୀ-୧୩୬, ଢେଙ୍କାନାଳ-୧୩୨, କେନ୍ଦ୍ରାପଡା-୧୨୮, ଭଦ୍ରକ-୯୪, ଯାଜପୁର-୮୫, ସମ୍ବଲପୁର-୮୩, କଳାହାଣ୍ଡି-୮୨, ନୂଆପଡା-୭୯,ଜଗତସିଂହପୁର-୭୮, ନୟାଗଡ-୬୭, ବରଗଡ-୬୧, ଅନୁଗୁଳ-୫୮, ସୁନ୍ଦରଗଡ-୫୬, କେନ୍ଦୁଝର-୫୦, ନବରଙ୍ଗପୁର-୪୬, ମାଲକାନଗିରି-୩୨, ବଲାଙ୍ଗୀରରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ୫୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦୩ରେ ପହଁଞ୍ଚିଛି । ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି । କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here