ରାଜ୍ୟ ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଲୋଚନା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମେ।ଚନ କରିଛନ୍ତି । ଯାହାର ନାଁ ରହିଛି ଫୁଡ୍‌ ହାଜାର୍ଡ ଆଟଲାସ୍‌ ଫର ଓଡ଼ିଶା । ଏହି ଆଟଲାସ ଦ୍ଵାରା ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇ ମୁକାବିଲା ପାଇଁ ଉପଯୁକ୍ତ ଯୋଜନା ଓ ପ୍ରସ୍ତୁତି କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୦୦-୨୦୧୮ ଯାଏଁ ଓଡ଼ିଶାରେ ହୋଇଥିବା ବନ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ ପ୍ରସ୍ତୁତ ହୋଇଛି। ବର୍ଷକୁ ରାଜ୍ୟର ପ୍ରାୟ ୧୪ ଲକ୍ଷ ହେକ୍ଟର ଚାଷ ଜମି ବନ୍ୟାରେ ପ୍ରଭାବିତ ହେଉଛି। ଆଟଲାସ ସହାୟତାରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇପାରିବ ବୋଲି ସୂଚନା ଦିଆଯାଇଛି। ହାଇଦ୍ରାବାଦର ନାସନାଲ ରିମୋଟ୍‌ ସେନସିଂ ସେଣ୍ଟର ଓ ଙଝଊଗଇର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ, ରାଜସ୍ବ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here