ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ଜଟଣୀସ୍ଥିତ ବାସଭବନରେ ବସିଥିବା ବେଳେ ହଠାତ୍ ଟଳିପଡିଥିଲେ ସେ । ତେବେ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା କୁହାଯାଉଛି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା । ଓଡିଆ ସିନେ ଦର୍ଶକଙ୍କୁ ବହୁ ସୁପରହିଟ୍ ସିନେମା ଦେଇଥିବା ରାଜୁ ମିଶ୍ରଙ୍କ ବିୟୋଗରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ଉଲକା, ମମତା ମାଗେ ମୂଲ, ସତମିଛ, ପଥର ଖସୁଛି ବଡଦେଉଳୁ, ରୂପା ଗାଁର ସୁନା କନିଆ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା ଭଳି ବହୁ ସୁପରହିଟ୍ ସିନେମାର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ଓଡିଆ ସିନେ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here