ଢେଙ୍କାନାଳରେ ଆଠଜଣ ସିବିଆଇ ଅଧିକାରୀଙ୍କୁ ନିର୍ଘାତ ମାଡ ମାରିଲେ ଗାଁ ଲୋକେ । ଟାଉନ ଥାନା କଲୋନୀରେ ସୁରେନ୍ଦ୍ର ନାୟକଙ୍କ ଘରେ ଆଠଜଣ ଲୋକ ସକାଳ ସାତଟାରେ ପହଞ୍ଚିଥିଲେ । ନିଜକୁ ସିବିଆଇ ଅଧିକାରୀ କହି ସେମାନେ ସୁରେନ୍ଦ୍ରଙ୍କୁ ଗୋଟିଏ ଘରକୁ ନେଇ ଜେରା କରିଥିଲେ । ତେବେ ଦୀର୍ଘ ସମୟ ଧରି ସିବିଆଇ ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ନେଇ ସାହି ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ସାହିର ପୁରୁଷ ଓ ମହିଳା ଏକାଠି ହୋଇ ସିବିଆଇ ଅଧିକାରୀଙ୍କୁ ଘେରିଥିଲେ । ଘରୁ ଘୋଷାଡି ଆଣି ସିବିଆଇ ଅଧିକାରୀଙ୍କୁ ପିଟିଥିଲେ ଗାଁ ଲୋକେ । ଟାଉନ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଥାନାରେ ଖୋଳତାଡ କରିବା ପରେ ସେମାନେ ସିବିଆଇ ଅଧିକାରୀ ବୋଲି ଜଣାପଡିଥିଲା । ଅନଲାଇନରେ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗରେ ସିବିଆଇ ଆଜି ବିଭିନ୍ନ ସ୍ଥାନରେ ରେଡ୍ କରିଛି । ତେବେ ସ୍ଥାନୀୟ ପୋଲିସକୁ କୌଣସି ଆଗୁଆ ସୂଚନା ନ ଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ବୋଲି ପୋଲିସ କହିଛି ।

ଦେଶର 76ଟି ସ୍ଥାନରେ ସିବିଆଇ ଶିଶୁ ଯୌନ ନିର୍ୟାତନା ଅଭିଯୋଗରେ ରେଡ୍ କରିଛି । ଗତ 14 ତାରିଖରେ ଅନଲାଇନରେ ଶିଶୁ ଶୋଷଣ ଓ ଯୌନ ନିର୍ଯାତନା ହେଉଥିବା ସଂପର୍କରେ ସିବିଆଇରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here