ଅପରେସନ ସିନ୍ଦୁରରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଆତଙ୍କୀ ଭିତ୍ତିଭୂମି ପୁନଃରୁଦ୍ଧାର ପାଇଁ ପାକିସ୍ତାନ ଯୋଜନା କରୁଛି । କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରକୁ ଦେବା ପାଇଁ ପାକିସ୍ତାନ ତା ଦେଶର ନାଗରିକଙ୍କ ଠାରୁ 14 କୋଟି ଟଙ୍କା ଟିକସ ଆଦାୟ କରିବାକୁ ଯୋଜନା କରୁଛି । ଏପରିକି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦେଇଥିବା 2.1 ବିଲିଅନ ଡଲାର ଅର୍ଥରାଶି ମଧ୍ୟ ଆତଙ୍କବାଦୀଙ୍କ ପାଇଁ ଖର୍ଚ୍ଚ କରିବାକୁ ଯୋଜନା କରୁଛି । 2016 ଉରି ଆକ୍ରମଣ ଏବଂ 2019ର ପୁଲଓ୍ୱାମା ଆକ୍ରମଣ ପରେ ଜାତିସଂଘ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିସାରିଛି । ଏହାସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀ ଭିତ୍ତିଭୂମି ସଜାଡିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ମୁରିଦ ଓ ବାହାଓ୍ୱାଲପୁରରେ ଆତଙ୍କୀ ଆଡ୍ଡାକୁ ଭାରତ ଅପରେସନ ସିନ୍ଦୁରରେ ଧ୍ବଂସ କରିଦେଇଥିଲା । ଲସ୍କର ଓ ଜୈସ୍ ଆତଙ୍କୀ ସଂଗଠନର ଭିତ୍ତିଭୂମି ସଜାଡିବା ପାଇଁ ପାକିସ୍ତାନ ଆରମ୍ଭ କରିଥିବା ପ୍ରୟାସ ଏବଂ ସେଥିରେ ଆଇଏମଏଫ ଅନୁଦାନର ବିନିଯୋଗ କରାଯିବାକୁ ତୀବ୍ର ନିନ୍ଦା କରିଛନ୍ତି ରାଜନାଥ । ପାକିସ୍ତାନକୁ ଆର୍ଥିକ ସହାୟତା କରିବା ଅର୍ଥ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା । ଆଇଏମଏଫ ପାକିସ୍ତାନକୁ ଅନୁଦାନ ଦେବା ପ୍ରସଙ୍ଗର ପୁନର୍ବିଚାର କରିବା ଉଚିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here