ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବିଭତ୍ସ । ବିଧାୟକଙ୍କ କାର୍ଯ୍ୟ ଅତ୍ୟନ୍ତ ବର୍ବରୋଚିତ । ବିଧାୟକଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବ୍ଲକ ସାମନାରେ ଲୋକଙ୍କ ଉପରେ ଗାଡି ମଡାଇଦେବା ଘଟଣାକୁ କଡା ଭାଷାରେ ନିନ୍ଦା କରିଛି ବିଜେଡି । ସାଂସଦ ତଥା ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଧାୟକ ଯାହା କରିଛନ୍ତି, ତାହା ନିନ୍ଦନୀୟ । ପୂର୍ବରୁ ବିଧାୟକଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଇଛି ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଠିକଣା ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।
ବିଜେପି ମଧ୍ୟ ବିଧାୟକଙ୍କ ଆଚରଣକୁ କଟୁ ଭାଷାରେ ନିନ୍ଦା କରିବା ସହ ଏଭଳି ବିଧାୟକଙ୍କ ସ୍ଥାନ ଜେଲରେ ବୋଲି କହିଛି । ଦଳର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
କଂଗ୍ରେସ ମଧ୍ୟ ବିଧାୟକଙ୍କ ଅମାନୁଷିକ ଆଚରଣକୁ ନିନ୍ଦା କରିବା ସହ ଏଭଳି ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।

LEAVE A REPLY

Please enter your comment!
Please enter your name here