ଆଖି ବୁଜିଲେ ନୂଆପଡ଼ା ବିଧାୟକ । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଢୋଲକିଆଙ୍କୁ ଚେନ୍ନାଇ ନିଆ ଯାଇଥିଲା । ଚେନ୍ନାଇ ସ୍ଥିତ MGM ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ ।କେବଳ ରାଜନୀତି କ୍ଷେତ୍ର ନୁୂହେଁ ବରଂ ସମାଜସେବା କ୍ଷେତ୍ରରେ ବି ସେ ଲୋକମାନଙ୍କ ପାଇଁ ଅନେକ କାମ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

LEAVE A REPLY

Please enter your comment!
Please enter your name here