ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଁଞ୍ଚିଛି ମର ଶରୀର । ବିମାନ ବନ୍ଦରରେ ପହଁଚିବା ପରେ ଏକପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବିମାନ ବନ୍ଦରରେ ସହିଦଙ୍କ ଶେଷ ଦର୍ଶନ ପାଇଁ ଭିଡ ପରିଲକ୍ଷିତ ହୋଇଛି । ସେଠାରେ ତାଙ୍କୁ ରାଜ୍ୟ ସରକାର ଏବଂ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ସହିଦଙ୍କ ଏହି ବଳିଦାନ ପାଇଁ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି । ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା, ପୋଲିସ ଡିଜି, ସିଆରପିଏଫର ବରିଷ୍ଠ ଅଧିକାରୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ସହିଦଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଏହାପରେ ସିଧା ମର ଶରୀରକୁ ସହିଦଙ୍କ ଜନ୍ମମାଟିକୁ ନିଆଯିବ ।

LEAVE A REPLY

Please enter your comment!
Please enter your name here