ଆରମ୍ଭ ହୋଇଛି ବିଧାନସଭାରେ ଶୀତକାଳୀନ ଅଧିବେଶନ | ଆରମ୍ଭରୁ ବିରୋଧୀମାନେ ବିରୋଧୀମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲେ | ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଛି | ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ-ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି | ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା କରିଥିଲା | ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖିବା ନେଇ ଘୋଷଣା କରିଛନ୍ତି ବାଚସ୍ପତି |
ବିଧାନସଭା ଅଧିବେଶନ ଆରମ୍ଭରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକଙ୍କ ବିୟୋଗ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ | ପରେ ପରେ ବିଜେପି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲା, ଏହାକୁ ଭିର୍ତ୍ତି କରି କଂଗ୍ରେସ ମଧ୍ୟ ବିଜେପି ସହ ସ୍ୱରକୁ ସ୍ୱର ମିଶାଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ | ଏହାକୁ ନେଇ ବାଚସ୍ପତି ୩ଟା ଯାଏଁ ଗୃହ ମୁଲତବୀ ରଖିବା ନେଇ ଘୋଷଣା କରିଥିଲେ | ସେପଟେ ବିଧାନସଭା ଆରମ୍ଭ ପୂର୍ବରୁ ବିଧାନସଭାର ରଣନୀତି ପ୍ରସ୍ତୁତ ଲାଗି ବିଜେଡି ବିଧାୟକ ଦଳର ବୈଠକ ବସିଥିଲା | ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ କି, ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଏବଂ ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ | ବିରୋଧୀ ଦଳମାନେ ଯେଉଁ ପ୍ରସଙ୍ଗ ଆଣିଲେ ବି ତା’ର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ |

LEAVE A REPLY

Please enter your comment!
Please enter your name here