ବେଳାରୁଷର ଆଲେସ ବାଲିଆସ୍କିଙ୍କୁ ମିଳିବ ଚଳିତବର୍ଷର ନୋବେଲ ପୁରସ୍କାର I ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ଆଲେସଙ୍କୁ ମିଳିବ ଏହି ସମ୍ମାନ I ଅଲେସଙ୍କ ସହ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଓ ଯୁକ୍ରେନର ମାନବାଧିକାର ସଂଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ମଧ୍ୟ ମିଳିତ ଭାବେ ପୁରସ୍କାର ପ୍ରଦାନ କରାଯିବ I
ରୁଷର ଯୁକ୍ରେନ ଆକ୍ରମଣ ପରଠୁ ଯୁକ୍ରେନରେ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ଆଲେସ ବାଲିଆସ୍କି ଓ ଏହି ଦୁଇ ସଂଗଠନକୁ ଏହି ସମ୍ମାନ ପ୍ରଦାନ କରାଯିବ I ଯୁଦ୍ଧ ଵିଧ୍ଵସ୍ତ ଯୁକ୍ରେନରେ ଶାନ୍ତି ଆଣିବା ଦିଗରେ କାର୍ଯ୍ୟ କରୁଥିବା ମାନବାଧିକାର କର୍ମୀ ଓ ସଂଗଠନକୁ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରିବାକୁ ଆଜି ନୋବେଲ କମିଟି ଘୋଷଣା କରିଛି I

LEAVE A REPLY

Please enter your comment!
Please enter your name here