ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ବିଜେପୁରରେ ଭୋଟ ଗ୍ରହଣ ପାଇଁ ମୋଟ୍ ୨୮୫ଟି ବୁଥ୍ ରହିଛି । ସେଥି ମଧ୍ୟରୁ ୧୩୫ଟି ସମ୍ବେଦନଶୀଳ ବୁଥ୍ ରିଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ମୋଟ ୧୧ ପ୍ରକାର ପରିଚୟ ପତ୍ର ଦେଇ ଭୋଟର ଦେଇପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ୱିଲ ଚେୟାର ର‌୍ୟାମ୍ପ ସହ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଉଛି ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଆଜି ବିଭିନ୍ନ ବୁଥକୁ ଜିବେ ପୋଲିଂ ପାଟି ।

LEAVE A REPLY

Please enter your comment!
Please enter your name here